: ରାଜସ୍ଥାନର ଉଦୟପୁରରେ ଜଣେ ଦୋକାନୀଙ୍କ ମୁଣ୍ଡକାଟ କରି ହତ୍ୟା ମାମଲା ର ଯାଂଚ କରିବ ଏନଆଇଏ । ଏନେଇ ରାଜସ୍ଥାନ ସହ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ସମଗ୍ର ରାଜସ୍ଥାନରେ ସ୍ଥିତି ବିସ୍ଫୋରକ ରହିଥିବାରୁ ପୁଲିସ ଓ ପ୍ରଶାସନକୁ ସତର୍କ ରଖାଯାଇଛି ।
ହତ୍ୟାକରିଥିବା ଅଭିଯୋଗରେ ୨ ଜଣଙ୍କୁ ପୋଲିସ ଗିରଫ କରିଛି । ଆତଙ୍କବାଦୀ ସଂଗଠନ ଆଇଏସ ସହିତ ସେମାନଙ୍କର ସଂପର୍କ ଥିବା ସଂଦେହ କରାଯାଉଛି । ସ୍ଥିତିର ଗୁରୁତ୍ବ ଦୃଷ୍ଟିରୁ ଉଦୟପୁରକୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ଦଳକୁ ପଠାଯାଇଛି । ହତ୍ୟାକାଣ୍ଡ ପରେ ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ ଦେଇଥିବାରୁ ତାହାକୁ ଏନଆଇଏ ଗୁରୁତ୍ବର ସହ ନେଇଛି । ଏହି ହତ୍ୟାକାଣ୍ଡରେ ଜଡିତ ବ୍ୟକ୍ତିଙ୍କର ପାକିସ୍ତାନ ଆତଙ୍କବାଦୀଙ୍କ ସହ ଲିଂକ ଥିବା ମଧ୍ୟ କୁହାଯାଉଛି ।