ପ୍ରିଜମ ନ୍ୟୁଜ ବ୍ୟୁରୋ:ଆସନ୍ତାକାଲି ବିଧିବଦ୍ଧ ଭାବେ ଘୋଷଣା ହେବ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ତାରିଖ । ତାରିଖ ଘୋଷଣା କରିବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବୋଲି ଜଣାପଡିଛି । ତେବେ ୫ ତାରିଖରେ ଫଳ ପ୍ରକାଶ ପାଇବ ବୋଲି କୁହାଯାଉଛି। ଏହା ପୂର୍ବରୁ ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ଚଳିତବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ୫୮ଟି କେନ୍ଦ୍ରରେ ମୂଲ୍ୟାୟନ ହୋଇଥିଲା ।ମାର୍ଚ୍ଚ ୨୯ରୁ ଆରମ୍ଭ ହୋଇ ମେ ୧୦ ତାରିଖ ଯାଏଁ ପରୀକ୍ଷା ଚାଲିଥିଲା।