23.9 C
Ganjām
Monday, December 6, 2021
Homeଓଡିଶାଇ- ଶ୍ରମକାର୍ଡ ଆବେଦନ ପାଇଁ ବେଆଇନ ଅର୍ଥ ଆଦାୟ

ଇ- ଶ୍ରମକାର୍ଡ ଆବେଦନ ପାଇଁ ବେଆଇନ ଅର୍ଥ ଆଦାୟ

Ganjam Post: ଆର,ଉଦୟଗିରି,ନୁଆଗଡ ଓ ମୋହନା ବ୍ଳକର ବିଭିନ୍ନ ଜନସେବା କେନ୍ଦ୍ରରେ ଇ- ଶ୍ରମ କାର୍ଡ ଆବେଦନ ପାଇଁ ଭିଡ ଲାଗିରହିଛି । ହିତାଧିକାରୀଙ୍କ ଠାରୁ କାର୍ଡ ପିଛା ୧୦୦ ରୁ ୧୫୦ ଟଙ୍କା କେନ୍ଦ୍ର କର୍ମଚାରୀ ନେଇଥିବା ଅଭିଯୋଗ ହୋଇଛି । ଶୀତ ସତ୍ତ୍ବେ ଅନେକ ଅଧରାତି ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ଧରି ଆବେଦନ କରିବାକୁ ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି । ଆର,ଉଦୟଗିରି, ନୁଆଗଡ ମୋହନା ସମେତ ସହ ଆଖପାଖ ଗ୍ରାମଞ୍ଚଳରେ ଥିବା ଜନସେବା କେନ୍ଦ୍ର ଓ ଜେରେକସ ଦୋକାନୀ ଉକ୍ତ କାର୍ଡ ଆବେଦନ ପାଇଁ ଜଣକ ପିଛା ୧୦୦ ରୁ ୧୫୦ ଟଙ୍କା ନିଆଯାଉଥାବା ଅଭିଯୋଗ ହାେଉଛି । କିନ୍ତୁ କେନ୍ଦ୍ର ସରକାରଙ୍କ ସୂଚନା ପ୍ରକାରେ ଇ- ଶ୍ରମ କାର୍ଡ ଆବେଦନ ପାଇଁ ପୋର୍ଟାଲ କିମ୍ବା ସରକାରଙ୍କୁ କୌଣସି ଦେୟ ଦେବାକୁ ପଡୁନଥିବା ବେଳେ ଜନସେବା କେନ୍ଦ୍ରରେ ଆବେଦନ ପାଇ ସମ୍ପୂଣ୍ଣ ଦେୟମୁକ୍ତ ରହିଛି । ମୋହନା ବ୍ଲକର ଲୁହାଗୁଡି, ଚାନ୍ଦିପୁଟ ଚନ୍ଦ୍ରଗିରି, ଆର,ଉଦୟଗିରି ବ୍ଲକର ଛେଳିଗଡ, ମହେନ୍ଦ୍ରଗଡ, ରାମଗିରି, ନୁଆଗଡ ବ୍ଲକର ଖଜୁରିପଦା ଓ ନୁଆଗଡ ଠାରେ ଅନେକ ଜେରେକସ ଦୋକାନୀ ଓ ଜନସେବା କେନ୍ଦ୍ର ହିତାଧିକାରୀଙ୍କ ଠାରୁ ଶତାଧିକ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ମୋହନା ବ୍ଲକର ଶିଙ୍କୁଳିପଦର ପଞ୍ଚାୟତର କାମ୍ପଗୁଡା ଗ୍ରାମର ମଣ୍ଡପ ଠାରେ ଇଶ୍ରମ କାର୍ଡ ପିଛା ୧୫୦ ଟଙ୍କା ସଂଗ୍ରହ କରାଯାଉଥିଲା । ଅନେକ ବ୍ୟକ୍ତିଙ୍କ ନିକଟରେ ଆବଶ୍ୟକ ଟଙ୍କା ନଥିବାରୁ ଏହା କମାଇବାକୁ କହିଥିଲେ ।ଏନେଇ ଓ୍ବାର୍ଡ ମେମ୍ବର ତ୍ରିନାଥ ଦଳେଇ ଜନସେବା କେନ୍ଦ୍ରର ଜିଲ୍ଲା ଅଧିକାରୀ ସନ୍ତୋଷ କୁମାର ଚୌଧୁରୀଙ୍କୁ ଫୋନ ଯୋଗେ ପଚାରିବାରୁ ସେ କହିଥିଲେ କୌଣସି ଦେୟ ଲାଗୁନଥିବା ନାହିଁ । ଏହାକୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ଏହା ପରେ କାର୍ଡ କରିବାକୁ ଆସିଥିବା ବ୍ୟକ୍ତି ଭୟରେ ଘଟଣାକୁ ସ୍ଥଳରୁ ଚମ୍ପଟ ମାରିଥିଲେ । ଏହି ଘଟଣାକୁ ନେଇ ଜନସେବା କେନ୍ଦ୍ର ପଚାରିବାରୁ ଲାମିନେସନ୍ ପାଇଁ ୧୫୦ ଟଙ୍କା ନେଉଥିବା ସୀକାର କରିଛନ୍ତି । ସୁଚନା ଯୋଗ୍ୟରେ ଯେ ଉକ୍ତ ଜନସେବା କେନ୍ଦ୍ରର ମାଳିକ ସରକାରୀ କାଗଜ ପତ୍ର କରାଇଦେବାକୁ କହି ପୂର୍ବରୁ ଅନେକ ଲୋକଙ୍କୁ ଠିକି କାରଗାର ଯାରାଥିଲେ । ଦୁର୍ନିତି ଗ୍ରସ୍ତ ଜନସେବା ଓ ଜେରେକସ ଦୋକାନୀ ଉପରେ କଣ କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରାଯିବ ଦେଖିବାକୁ ବାକି ରହିଲା ।

Source:JMJNEWS

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments