23.8 C
Ganjām
Monday, December 6, 2021
Homeଗଞ୍ଜାମବେଳପଡା ବ୍ଲକ ତଥା ଘାଗୁର୍ଲି ର ଜୟ ଯାଦବ ଜୟମାଧ ବ ପକ୍ଷରୁ ଗିରିଗୋବର୍ଦ୍ଧନ ପୂଜା...

ବେଳପଡା ବ୍ଲକ ତଥା ଘାଗୁର୍ଲି ର ଜୟ ଯାଦବ ଜୟମାଧ ବ ପକ୍ଷରୁ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ

Ganjam Post: ଆଜି ବଲାଙ୍ଗୀ ବେଳପଡା ବ୍ଲକ ନିକଟସ୍ଥ ଘାଗୁର୍ଲି ଗ୍ରାମ ଠାରେ ଜୟ ଯାଦବ ଜୟ ମାଧବ ପକ୍ଷରୁ ଶ୍ରୀ ଶ୍ରୀ ଗୋଲକ ବିହାରୀ ଶ୍ରୀ କୃଷ୍ଣ ପୂଜାର୍ଚ୍ଚନା ବହୁ ଆନନ୍ଦ ଉଲ୍ଲାସର ସହିତ ହୋଇଯାଇଛି।ଏହି ପୂଜାରେ ଗ୍ରାମର ତଥା ଆଖ ପାଖ ଶ୍ରଦ୍ଧାଳୁ ମାନେ ଆସି ମହାପ୍ରଭୁଙ୍କ ଦର୍ଶନ କରି ନିଜର ଜୀବନ କୁ ଧନ୍ୟ କରିଛନ୍ତି।ସମସ୍ତ ଭକ୍ତ ମାନଙ୍କୁ ମାକ୍ସ ଓ ସେନିଟାଇଜର ଦେଇ ମନ୍ଦିର କୁ ପ୍ରବେଶ କରାଇଥିଲେ ଓ ଏହି ପୂଜା ଅବସରରେ ପୁରାଣ ପାଠନ ଓ ନାମ ସଂକୀର୍ତ୍ତନ ମଧ୍ୟ ରଖାଯାଇଛି।ତା ସହିତ ଭକ୍ତ ମାନଙ୍କ ପାଇଁ ଅର୍ଣ୍ଣ ଭୋଗର ମଧ୍ୟ ଯାଦବ ସମାଜ ପକ୍ଷରୁ ବ୍ୟବସ୍ଥା କରାଯାଇଛି।ପୁରାଣ ପଠନ କରୁଛନ୍ତି ଶ୍ରୀ ଦିଲ୍ଲୀପ କୁମାର ପାଣିଗ୍ରାହୀ, ପୂଜକ ସୁଯଲ ପାଢ଼ୀ,ପୂଜା କର୍ମକର୍ତ୍ତା ଶ୍ରୀ ଦୁର୍ଯୋଧନ ଚିରାଙ୍ଗୁଳ,ଭୁବନେଶ୍ୱର, ନବୀନ,ବାଳକୃଷ୍ଣ, ନିଳାମ୍ବର,କିରଟି,ପ୍ରଭୁନାରାୟନ,ଓ ସମସ୍ତ ଯାଦବ ସମାଜ ବୃନ୍ଦ। ବଲାଙ୍ଗୀର ଜିଲ୍ଲା ବେଳପଡା ରୁ ଭୋଜରାଜ ଦଣ୍ଡସେନା ଙ୍କ ରିପୋର୍ଟ।

Source:tarjamanews.com

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments