24 C
Ganjām
Tuesday, December 7, 2021
Homeଖେଳସୁମଣ୍ଡଳ ଠାରେ ଚାଲିଥିବା ଏଲ ଏନ ସର୍ଟ ସର୍କଲ ବିଶିଷ୍ଟ ରାତ୍ରି କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ,ମଥୁରା...

ସୁମଣ୍ଡଳ ଠାରେ ଚାଲିଥିବା ଏଲ ଏନ ସର୍ଟ ସର୍କଲ ବିଶିଷ୍ଟ ରାତ୍ରି କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ,ମଥୁରା ବିଜେତା, ସୁମଣ୍ଡଳ ଉପ ବିଜେତା।

Ganjam Post: ବେଗୁନିଆପଡ଼ା: ସୁମଣ୍ଡଳ ସ୍ଥିତ ରବି ଘୋଷ ବିଦ୍ୟାପୀଠ ଷ୍ଟାଡିୟମରେ ଚାଲିଥିବା ଶ୍ରୀ ଲକ୍ଷ୍ମୀ ନାରାୟଣ ଶର୍ଟ ସର୍କଲ ରାତ୍ରି କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି। ଉଦଯାପନ ମ୍ୟାଚଟି ମଥୁରା ଦଳ ସହ ସୁମଣ୍ଡଳ ଦଳ ସହ ହୋଇଥିଲା। ସୁମଣ୍ଡଳ ଦଳ ପ୍ରଥମେ ଟସ ଜିତି ବ୍ୟାଟିଂ ନେଇ ନିର୍ଦ୍ଧାରିତ ୮ ଓଭରରେ ୬ ଉଇକେଟ ହରାଇ ୬୫ ରନ ସଂଗ୍ରହ କରିଥିଲା। ଜବାବରେ ମଥୁରା ଦଳ ବ୍ୟାଟିଂ କରି ୬.୩ ଓଭରରେ ୩ ଉଇକେଟ ହରାଇ ୬୬ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲା।ବିଜୟୀ ଦଳର ଖେଳାଳୀ ସାଗର କୁମାରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିବା ବେଳେ ଅଜିତ କୁମାରଙ୍କୁ ମ୍ୟାନ ଅଫ ଦି ସିରିଜ ଭାବେ ପୁରସ୍କୃତ କରାଯାଇଥିଲା।ଆଜିର ମ୍ୟାଚକୁ କୃଷ୍ଣ ଚନ୍ଦ୍ର ଦୋରା ଓ ମାନସ ରଞ୍ଜନ ପରିଚାଳନା କରିଥିବା ବେଳେ ବିଶ୍ୱଜିତ ଜେନା ସ୍କୋର ଦାୟିତ୍ୱରେ ଥିଲେ ଓ କାର୍ତ୍ତିକ ଚନ୍ଦ୍ର ଡାକୁଆ ଧାରା ବିବରଣୀ ପ୍ରଦାନ କରିଥିଲେ। ଉଦଯାପନ ଦିବସ ଅବସରରେ ଲକ୍ଷ୍ମୀ ନାରାୟଣ ମନ୍ଦିର ଟ୍ରଷ୍ଟ ସଭାପତି ପ୍ରକାଶ ଚନ୍ଦ୍ର ପାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜୟଦେବ ବାରିକ ମୁଖ୍ୟ ବକ୍ତା,ସଂମାନିତ ଅତିଥି ଭାବେ ଭାବେ ବସନ୍ତ କୁମାର ବାରିକ,ମହେନ୍ଦ୍ର କୁମାର ଗୌଡ଼ ଯୋଗଦେଇ ଚମ୍ପିୟାନ ଓ ରନର୍ସ ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଘରୋଇ ଆୟୋଜକ ଲକ୍ଷ୍ମୀ ନାରାୟଣ କ୍ରିକେଟ ଟୁର୍ଣ୍ଣାମେଂଟର ଆୟୋଜ,ଶୁଭକାନ୍ତ ଗୌଡ଼, ସନ୍ତୋଷ କୁମାର ସାହୁ, ରାମଚନ୍ଦ୍ର ବିଶ୍ୱାଳ,ରବୀନ୍ଦ୍ର ନାଥ ମହାରଣା, ଜିତେନ୍ଦ୍ର କୁମାର,ପି କୃଷ୍ଣ ଚନ୍ଦ୍ର ଦୋରା, କାର୍ତିକ ଡାକୁଆ ଙ୍କ ସମେତସମସ୍ତ ଆଞ୍ଚଳିକ ଦଳର ସଦସ୍ୟ ଯୋଗଦେଇଥିଲେ। ଏହି ଟୁର୍ଣ୍ଣାମେଂଟରେ ୧୨ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଏହା ୩ ଦିନ ଧରି ଚାଲିଥିଲା ଓ ଏହା ଭିନ୍ନ ଢଙ୍ଗରେ ଅନୁଷ୍ଠିତ ହୋଇଥିଲା

Source: tarjamanews.com

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments