23.8 C
Ganjām
Monday, December 6, 2021
Homeଗଞ୍ଜାମଧାନ ଫସଲ କ୍ଷୟକ୍ଷତି ଦାବି ନେଇ କୋଦଳା ତହସିଲ ଅଫିସ ଘେରିଲେ ଚାଷୀ

ଧାନ ଫସଲ କ୍ଷୟକ୍ଷତି ଦାବି ନେଇ କୋଦଳା ତହସିଲ ଅଫିସ ଘେରିଲେ ଚାଷୀ

Ganjam Post

Ganjam Post: କୋଦଳା -ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଘେରାଉ କଲେ ଚାଷୀ ।ଲଘୁଚାପ ଜନିତ ଲଗାଣ ବର୍ଷାରେ ବେଗୁନିଆପଡା ବ୍ଲକର ଛଚିନା, ମଠସରସିଙ୍ଗି, ଶାଳବଣ, ଓ କୋଦଳା ର ୧୦୦ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଏକ ହୋଇ ଆଜି କୋଦଳା ତହସିଲ ଘେରିବା ସହ ଏକ ଦାବିପତ୍ର ତହସିଲଦାର ସସ୍ମିତା ଶତପଥୀ ଙ୍କୁ ଦେଇଛନ୍ତି ।ଚାଷୀ ମାନଙ୍କ କହିବା ମୁତାବକ କି ଯୋଉ ଲଗାଣ ବର୍ଷା ରେ ଚାଷଜମି ରେ ଯୋଉ କ୍ଷୟକ୍ଷତି ହୋଇଛି ତାହାର ଆକଳନ କରି କ୍ଷତି ପୂରଣ ଓ ଯୋଉ ଲୋନ ଆଣିଛନ୍ତି ତାହାର ଛାଡ଼ ପାଇଁ ଲିଖିତ ଭାବରେ ଦେଇଛନ୍ତି ତହସିଲଦାର ସସ୍ମିତା ଶତପଥୀ ଙ୍କୁ ।

ଆଗାମୀ ୨ ଦିନ ମଧ୍ୟରେ ସମସ୍ତ ଜମି ତଦାରଖ କରି ଏହାର ରିପୋଟ ଦିଆଯିବ ବୋଲି ତହସିଲଦାର ସସ୍ମିତା ଶତପଥି କହିଛନ୍ତି। ଆରପଟେ ଚାଷୀ ମାନେ କହିଛନ୍ତିକି ଯଦି ଏହାର କ୍ଷତି ପୂରଣ ନ ମିଳେ ତାହାହେଲେ ଆଗାମୀ ଦିନରେ ରାଜରାସ୍ତା କୁ ଓଲେଇବାକୁ ବାଧ୍ୟ୍ୟ ହେବା ସହ ଆତ୍ମହତ୍ୟା ମଧ୍ୟ୍ୟ କରିବେବୋଲି ଚେତାବନୀ ଦେଇଛନ୍ତି ।

Source:tarjamanews.com

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments