28.6 C
Ganjām
Sunday, May 22, 2022
Homeଓଡିଶାହିଞ୍ଜିଳିକାଟୁ ବ୍ଳକ ପୁଟିଆପଦର ପୋଖରୀ ଗାର୍ଡୱାଲ ଧସିବା ଅଭିଯୋଗରେ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ।

ହିଞ୍ଜିଳିକାଟୁ ବ୍ଳକ ପୁଟିଆପଦର ପୋଖରୀ ଗାର୍ଡୱାଲ ଧସିବା ଅଭିଯୋଗରେ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ।

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଅଧିନସ୍ଥ ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନା ନିମନ୍ତେ ଉଚ୍ଚ ପ୍ରଶଂସିତ ହେଉଥିବା ବେଳେ ସବୁକାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ବାବଦରେ ଯେତେ ଅଭିଯୋଗ ହେଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏହାକୁ ଚପେଇଦେବାରେ ସକ୍ଷମ ହେଉଛନ୍ତି । କିନ୍ତୁ କିଛି ଏହିପରି କାର୍ଯ୍ୟ ଯାହା ଅତ୍ୟନ୍ତ ନିମ୍ନମାନର ତାହା ହିଞ୍ଜିଳି ପ୍ରଶାସନର ଦୁର୍ନୀତି ଖୋର ମନଭାବକୁ ପଦାରେ ପକାଇଦେଇଛି।

ସୂଚନାଯୋଗ୍ୟ ଯେ ପୁଟିଆପଦର ଗ୍ରାମପଞ୍ଚାୟତ ର ଗଙ୍ଗାଧର ମନ୍ଦିର ନିକଟସ୍ଥ ଆଦର୍ଶ ପୋଖରୀ ର ଗାର୍ଡ ୱାଲ ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ମନରେଗା ମାଧ୍ୟମରେ ୧୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକରୀଙ୍କ ନାମରେ କାର୍ଯ୍ୟାଦେଶ ଥିବା ପ୍ରକାଶ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ତତ୍ୱବାଧାନ ରେ ଏହାର କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଏଥି ନିମନ୍ତେ କୌଣସି ପ୍ରକାର କାର୍ଯ୍ୟ ଫଳକ ଲାଗାନଯାଇ ଅତି ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଥିଲା ।

କିନ୍ତୁ ଗତ ନଭେମ୍ବର ମାସରେ ଉକ୍ତ ଗାର୍ଡ ୱାଲ ସମ୍ପୂର୍ଣ୍ଣ ଧସେଇହୋଇପଡିଥିବା ଖବର ପ୍ରାପ୍ତ ହୋଇଥିଲା। ଏଣୁ ଏହି ନିମ୍ନ ମାନର କାର୍ଯ୍ୟ ସହ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀ ଓ ଯନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି ଜଣାଇଥିଲେ ଏବଂ ଉପଯୁକ୍ତ ଉନ୍ନତ ମାନର କାର୍ଯ୍ୟଶୈଳୀ ରେ ଏହି ନିର୍ମାଣକୁ ସମ୍ପୂର୍ଣ୍ଣ କରିବାପାଇଁ ଦାବି ହୋଇଥିଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳିନଥିଲା । ଏଣୁ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ଓଡିଶା ଉଚ୍ଚ ନ୍ୟାୟାଳୟ ରେ ଏହି ନିମ୍ନମାନର ଓ ଅନିୟମିତ କାର୍ଯ୍ୟ ବିରୁଦ୍ଧରେ ଏକ ମାମଲା ଗତ ଡିସେମ୍ବର ୨୪ ତାରିଖ ରେ କେଶ ନଂ WP(C)/40907/2021 ରେ ଏକ ମାମଲା ଦାୟର କରିଛନ୍ତି ।

RELATED ARTICLES

Most Popular

Recent Comments