Ganjam Post : (ତା-୧୦/୧୧/୨୦୨୧ )ଆସ୍କା ପଞ୍ଚାୟତ ସମିତି ସଭା ଗୃହ ଠାରେ ମାନ୍ୟବର ବିଧାୟକ ପୋଲସରା ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଏବଂ ବିଧାୟିକା ଆସ୍କା ମଞ୍ଜୁଳା ସ୍ୱାଇଁ ଯୋଗ ଦେଇ ସମସ୍ତ ବିଭାଗୀୟ ସରକାରୀ ଅଫିସର ମାନଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିବା ସହ ଦେବଭୂମି,ନଳବଣ୍ଟା ଓ କାଳଷଣ୍ଢପୁର ଗ୍ରାମ ପଞ୍ଚାୟତ ର ବିଭିନ୍ନ ଉନ୍ନୟନ ପ୍ରକଳ୍ପ କୁ ପରିଦର୍ଶନ କରିଛନ୍ତି।ଉପଜିଲ୍ଲାପାଳ ଭଞ୍ଜନଗର,ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୋନମ ପୋଲେଇ ଏବଂ ଆସ୍କା ବ୍ଲକ ଅଧ୍ୟକ୍ଷ,ଉପଧ୍ୟକ୍ଷା,BDO, AEE ଓ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।