23.6 C
Ganjām
Monday, January 24, 2022
Homeଗଞ୍ଜାମକୁକୁଡାଖଣ୍ଡି ବ୍ଲକରେ ବିଜେଡି ର ୨୫ ତମ ପ୍ରତିଷ୍ଠା ଦିବସ ପାଳନ

କୁକୁଡାଖଣ୍ଡି ବ୍ଲକରେ ବିଜେଡି ର ୨୫ ତମ ପ୍ରତିଷ୍ଠା ଦିବସ ପାଳନ

କୁକୁଡ଼ାଖଣ୍ଡି: କୁକୁଡ଼ାଖଣ୍ଡି ବ୍ଲକ୍ ବିଜେଡ଼ି ପକ୍ଷରୁ ଜଳସେଚନ ବିଭାଗ ଡାକବଙ୍ଗଳା ସାମ୍ନାରେ ଥିବା ଏକ ଖୋଲା ପଡିଆରେ ଠାରେ ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।ଏହି କାଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ 

ଓଡ଼ିଶାରେ ବିଜୁ ଜନତା ଦଳର ବିକଳ୍ପ ନାହିଁ। ବ୍ଲକ୍ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ଉଦ୍ୟମ ଜାରି ରଖିଛନ୍ତି ଓ ଆଗାମୀ ଦିନରେ ଦଳ ଓଡ଼ିଶାର ବିକାଶ ଧାରାକୁ ଦ୍ବିଗୁଣିତ କରିବ ବୋଲି ସେ କହିଛନ୍ତି ।

ବ୍ଲକ୍ ବିଜେତି ସଭାପତି ସନ୍ତୋଷ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀ ପ୍ରିୟା ସାହୁ ,ସରପଞ୍ଚ ସଭାପତି ସାରଥୀ ପ୍ରସାଦ ଗୌଡ଼ ,ସାଂସଦ ପ୍ରତିନିଧି ଟି. ରଘୁପ୍ରସାଦ ପାତ୍ର ,ବ୍ଲକ ସଭାନେତ୍ରୀ ନମିତା ପାତ୍ର ,ଜିଲ୍ଲା ପରିଷଦ ସଭ୍ୟା ନିରୂପମା ପାତ୍ର ,ଭିନ୍ନକ୍ଷମ ନେତା କେ. ମଣିବାବୁ , ୧୦ ନମ୍ବର ଜୋନ୍ ଜିଲ୍ଲା ପରିଷଦ କମିଟି ଚେୟାରମ୍ୟାନ ସୁରେଶ ସାହୁ ,ହୁଗୁଳାପଟା ସରପଞ୍ଚ ପ୍ରଦୀପ କୁମାର ମଲଣା

କୁକୁଡ଼ାଖଣ୍ଡି ସରପଞ୍ଚ ଅଦଲ ଚେନେୟା ,ବୋରିଗାଁ ସରପଞ୍ଚ ବସନ୍ତ ସାହୁ ,ମହୁଡା ସରପଞ୍ଚ ସଞ୍ଜୟ କୁମାର ସାହୁ ,ଦକ୍ଷିଣପୁର ସରପଞ୍ଚ ବିଷ୍ଣୁ ପ୍ରିୟା ପାତ୍ର ,ଗୁରୁଣ୍ଠି ସରପଞ୍ଚ ଟି .ମିନତୀ ପାତ୍ର ,ପୂର୍ବତନ ସରପଞ୍ଚ ସନାତନ ସଂଗ୍ରାମ ସିଂହ ,ବରିଷ୍ଠ ବିଜେଡି ନେତା ରବୀନ୍ଦ୍ର ମହାରଣା

,ଯୁବ ନେତା ସଭାପତି ସଞ୍ଜୟ ସାହୁ ,ଛାତ୍ର ନେତା ସଭାପତି ରାଧା ମୋହନ ସେଠି ,ଯୁବ ନେତା ବଶିଷ୍ଠ ଜେନା ,ବରିଷ୍ଠ ବିଜେଡି ନେତ୍ରୀ ସୁକାନ୍ତି ସାହୁ ,ସମିତି ସଭ୍ୟ ନିରଞ୍ଜନ ମହାନ୍ତି ,ନରସିଂହ ସାହୁ ,ଗୋବିନ୍ଦ ଗୌଡ଼ ,କୈଳାଶ ରଣା ,ମୀରା ସାହୁ ,ପ୍ରଭାତୀ ପଟ୍ଟନାୟକ ,ଲକ୍ଷ୍ମୀ ସ୍ବାଇଁ ,ଉଷା ଦାସ ,ଗୀତା ଦାସ

ଜ୍ୟୋଛନ୍ନା ସାହୁ ,ଟୁକୁନା ପାଣିଗ୍ରାହୀ,ପୂର୍ବତନ ସମିତି ସଭ୍ୟ ରାମହରି ଜେନା ,ଯୁବ ନେତା ସବୀର ଶେଖ ,ଚିରଞ୍ଜିତ ସଂଗ୍ରାମ ସିଂହ ,ସତ୍ୟ ନାରାୟଣ ସାମଲ ପ୍ରମୁଖ ମଞ୍ଚାସିନ ଥିଲେ । ପୂର୍ବତନ ସରପଞ୍ଚ ସନାତନ ସଂଗ୍ରାମ ସିଂହ କହିଛନ୍ତି କି ଦଳକୁ ଆହୁରି ସୃଦୁଡ଼ କରିବା ପାଇଁ ଆମକୁ ଏକତ୍ରିତ ହୋଇ କାଯ୍ୟ କରିବା ପଡ଼ିବ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିରୋଧୀଙ୍କୁ ଜଣେଇଦେବାକୁ ହେବ ଆମ ନେତା ଆମ ଆଦର୍ଶ 

ବର୍ତ୍ତମାନ ଓଡ଼ିଶା ରାଜ୍ୟରେ ଯେଉଁ ଭଳି ଉନ୍ନତି ଆଗେଇ ଚାଲିଛି ତାହା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିପାରିଛି ।ସେଥିପାଇଁ ବିଜୁ ଜନତା ଦଳର ମୁଖ୍ୟ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ ପ୍ରସଂସିନୀୟ ଅଟେ।ଏଥିପାଇଁ ଉପସ୍ଥିତ କର୍ମୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ ।ଏହି ଅବସରରେ ୩୨ ଜଣ ଏସହେଚଜି ଗ୍ରୁପକୁ ଚେକ୍ ପ୍ରଦାନ କରାଯାଇଥିଲା 

ଆଜିର ଏହି ପ୍ରତିଷ୍ଠା ଦିବସରେ ୨୨ଟି ପଞ୍ଚାୟତର ଶତାଧିକ ବିଜେଡି କର୍ମୀ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ପଦପଦବୀରେ ଲଢ଼ିବା ପାଇଁ ଆଶାୟୀ ଥିବା ପ୍ରାର୍ଥୀ ମାନେ ନିଜ ନିଜର ସମର୍ଥକ ମାନଙ୍କ ସହ ଆସି ଏହି ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

RELATED ARTICLES

Most Popular