28.6 C
Ganjām
Sunday, May 22, 2022
Homeଗଞ୍ଜାମବେଗୁନିଆପଡା ବ୍ଲକ ରେ ତୃତୀୟ ଦିନରେ ନାମାଙ୍କନ ଭରିଲେ ଆଶାୟୀ ପାର୍ଥି

ବେଗୁନିଆପଡା ବ୍ଲକ ରେ ତୃତୀୟ ଦିନରେ ନାମାଙ୍କନ ଭରିଲେ ଆଶାୟୀ ପାର୍ଥି

ବେଗୁନିଆପଡା : ଗଣତନ୍ତ୍ର ର ଅନ୍ୟତମ ଶ୍ରେଷ୍ଠ ପର୍ବ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ବ ହୋଇଛି ପ୍ରାରମ୍ଭିକ କାର୍ଯ୍ୟ |ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସୋମବାର ଠାରୁ ଆରମ୍ବ ହୋଇଥିବା ବେଳେ ଆଜି ଦ୍ୱତୀୟ ଦିନରେ ବେଗୁନିଆପଡା ବ୍ଲକ ରେ ଜାରି ରହିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ।

ବେଗୁନିଆପଡା ବ୍ଲକ ରେ ସରପଞ୍ଚ ପଦବୀ ପାଇଁ ଶାଙ୍କୁଡା ପଞ୍ଚାୟତ ରୁ ଜଣେ ପାର୍ଥି ନାମାଙ୍କନ ଭରିଥିବା ବେଳେ ତାଳସର ପଞ୍ଚାୟତ ରୁ ଜଣେ ସମିତି ସଭ୍ୟ ପାଇଁ,ୱାର୍ଡ ସଭ୍ୟ ପାଇଁ ବ୍ଲକ ରୁ 16 ପାର୍ଥି ନାମାଙ୍କନ ଭରିଥିବା ବେଳେ ବେଗୁନିଆପଡା ରୁ ଜଣେ,ଚିଙ୍ଗୁଡ଼ିଖୋଲ ରୁ ଜଣେ, କେ.ବରିଡା ରୁ ଦୁଇ ଜଣ, ଖଣ୍ଡିଆନଇ ରୁ ଚାରି ଜଣ,ମର୍ଦ୍ଧକୋଟ ରୁ ଚାରି ଜଣ,ମର୍ଦ୍ଧମେଖ ରୁ ତିନି ଓ ଫାସୀ ପଞ୍ଚାୟତ ରୁ ଜଣେ ପାର୍ଥି ୱାର୍ଡ ସଭ୍ୟ ପାଇଁ ନାମାଙ୍କନ ଦାଖଲ କରିଛନ୍ତି |

କରୋନା ସଂକ୍ରମଣ କୁ ଦୃଷ୍ଟି ରେ ରଖି ରାଜ୍ୟ ନିର୍ବାଚନ କମିଶନ ଜାରି କରିଥିବା ମାର୍ଗ ଦର୍ଶିକା ଅନୁଯାୟୀ ପାର୍ଥି ମାନେ ନିରାଡ଼ମ୍ବର ଭାବେ ପାର୍ଥି ପତ୍ର ଦାଖଲ କରାଯାଇଥିବା ଦେଖା ଯାଇଥିଲା । ତେବେ ଗତକାଲି ୱାର୍ଡ ସଭ୍ୟ ପାଇଁ ବ୍ଲକ ରେ ମୋଟ ସାତ ଜଣ ପାର୍ଥି ନାମାଙ୍କନ ଦାଖଲ କରିଥିବା ବେଳେ ଆସନ୍ତା 21 ତାରିଖ ନାମାଙ୍କନ ଦାଖଲ ର ଶେଷ ତାରିଖ ରହିଛି । 22 ରେ ଯାଞ୍ଚ 23 ରେ ନାମାଙ୍କନ ପତ୍ର ପ୍ରତ୍ୟାହାର,24 ରେ ଚୂଡାନ୍ତ ପାର୍ଥି ତାଲିକା ପ୍ରକାଶ ପାଇବା ସହ | ବେଗୁନିଆପଡା ବ୍ଲକ ରେ ଫେବୃଆରୀ 24 ତାରିଖ ରେ ନିର୍ବାଚନ ଅନୁଷ୍ଠିତ ହେବ ।

RELATED ARTICLES

Most Popular

Recent Comments