28.6 C
Ganjām
Monday, May 23, 2022
Homeଖେଳକ୍ରିକେଟ୍ଓମିକ୍ରନ ଯୋଗୁ ବାତିଲ ହେଲା ଚ୍ୟାପେଲ-ହାଡଲୀ ଦିନିକିଆ ସିରିଜ

ଓମିକ୍ରନ ଯୋଗୁ ବାତିଲ ହେଲା ଚ୍ୟାପେଲ-ହାଡଲୀ ଦିନିକିଆ ସିରିଜ

ମେଲବୋର୍ଣ୍ଣ: ଓମିକ୍ରନ ଦ୍ରୁତ ଗତିରେ ସଂକ୍ରମିତ ହେଉଥିବାରୁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଚ୍ୟାପେଲ-ହାଡଲୀ ଦିନିକିଆ ସିରିଜ ଏବଂ ଗୋଟିଏ ଟି୨୦ ମ୍ୟାଚକୁ ବାତିଲ କରାଯାଇଛି । ୩୦ ଜାନୁୟାରୀରୁ ଏହି ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ । ୮ ଫେବୃୟାରୀରେ ଦିନିକିଆ ମ୍ୟାଚ ଖେଳାଯିବ ।

ନ୍ୟୁଜିଲାଣ୍ଡ ସରକାର ଓମିକ୍ରନ ମାମଲା ବଢ଼ୁଥିବାରୁ ଦେଶକୁ ଫେରୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ୧୦ ଦିନ କ୍ୱାରେଂଟାଇନ ବାଧ୍ୟତାମୂଳକ କରିଛନ୍ତି । ଏପରିକି ଖେଳାଳି ଏବଂ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହି କଟକଣା ଲାଗୁ କରାଯିବ । କରୋନା ଯୋଗୁ ତୃତୀୟ ଥର ପାଇଁ ନ୍ୟୁଜିଲାଣ୍ଡର ଅଷ୍ଟ୍ରେଲିଆ ଗସ୍ତ ବାତିଲ କରାଯାଇଛି । ପୂର୍ବରୁ ୨୦୨୦ ମାର୍ଚ୍ଚ, ୨୦୨୧ ଜାନୁୟାରୀରେ ଏହି ସିରିଜ ବାତିଲ କରାଯାଇଥିଲା ।

RELATED ARTICLES

Most Popular

Recent Comments