23.3 C
Ganjām
Monday, January 24, 2022
Homeଓଡିଶାଆଉ ନାହାନ୍ତି ଲୋକପ୍ରିୟ ଅଭିନେତା ମିହିର ଦାସ

ଆଉ ନାହାନ୍ତି ଲୋକପ୍ରିୟ ଅଭିନେତା ମିହିର ଦାସ

ଭୁବନେଶ୍ୱର : ପରଲୋକରେ ଅଭିନେତା ମିହିରି ଦାସ । ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତାଙ୍କ ପରଲୋକ ହୋଇଛି । ମିହିରି ଦାସ ଦୀର୍ଘ ଦିନ ଧରି କିଡନୀ ରୋଗରେ ପିଡିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା ।

ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡିସେମ୍ବର ୭ ତାରିଖରେ ତାଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲରେ ଭର୍ତି କରାଯାଇଥିଲା ।ତାଙ୍କର ଡାଏଲିସିସ୍ ଚାଲିଥିଲା । ସେ ଭେଣ୍ଟିଲେଟରରେ ଥିଲେ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି । ତାଙ୍କ ମୃତ୍ୟୁ ବେଳକୁ ପୁଅ ଅମ୍ଲାନଙ୍କ ସମେତ ଚଳଚିତ୍ର ଜଗତର କିଛି ସଦସ୍ୟ ହସ୍ପିଟାଲରେ ଉପସ୍ଥିତ ଥିଲେ ।

ବରିଷ୍ଠ ଅଭିନେତା ଭାବେ ସେ ବେଶ୍ ଲୋକପ୍ରିୟ ଥିଲେ । ମିହିର ଦାସଙ୍କ ବିୟୋଗରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।ଚଳଚ୍ଚିତ୍ର ଅଭିନେତା ମିହିର ଦାସଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ମୟୂରଭଞ୍ଜରେ ଜନ୍ମ ଗ୍ରହଣ କରିଥିଲେ ମିହିର ଦାସ । ପିଲାଟି ଦିନରୁ ଅଭିନୟ ପ୍ରତି ତାଙ୍କର ନିଶା ଥିଲା । ତାଙ୍କ ବିୟୋଗରେ ଓଡିଆ ସିନେ ଜଗତର ଏକ ଅପୂରଣୀୟ କ୍ଷତି ଘଟିଛି । ୧୯୯୮ ମସିହାରେ ‘ଲକ୍ଷ୍ମୀ  ପ୍ରତିମା’ ଏବଂ ୨୦୦୫ ମସିହାରେ ‘ଫେରିଆ ମୋ ସୂନା ଭଉଣୀ’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ମିହିର ଦାସ । ଏହି ଫିଲ୍ମ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଶ୍ରେଷ୍ଠ ଅଭିନେତା ପୁରଷ୍କାର ପାଇଥିଲେ ମିହିର ଦାସ ।

୨୦୦୭ ମସିହାରେ ‘ମୁଁ ତତେ ଲଭ୍ କରୁଛି’ ଫିଲ୍ମ ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରଷ୍କାର ପାଇଥିଲେ ମିହିର ଦାସ ।୨୦୧୦ ମସିହାରେ ‘ପ୍ରେମ ଅଢେଇ ଅକ୍ଷର’ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତା ପୁରଷ୍କାର ପାଇଥିଲେ । ଭେଟେରାନ ଅଭିନେତାଙ୍କ ଦେହାନ୍ତରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି 

RELATED ARTICLES

Most Popular