23.3 C
Ganjām
Monday, January 24, 2022
Homeଓଡିଶାତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା

ଭୁବନେଶ୍ୱର:  ଓଡ଼ିଶାରେ ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ । ଆଜି ରାଜ୍ୟ ନିର୍ବାଚନ କମିଶନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଫେବୃଆରୀ ୧୬ରୁ ନିର୍ବାଚନ ତାରିଖ ଘୋଷଣା । ଫେବ୍ରୁଆରି ୧୬, ୧୮ ଫେବ୍ରୁଆରି ୨୦, ୨୨ ଓ  ୨୪ ତାରିଖରେ ନିର୍ବାଚନ ହେବ । ଗୀତଗୋବିନ୍ଦ ସଦନରେ ରାଜ୍ୟ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି।

ସକାଳ ୭ଟାରୁ ଦିନ ୧ଟା ଯାଏ ମତଦାନ କରାଯାଇପାରିବ । କୋଭିଡ୍ କଟକଣା ଭିତରେ ନିର୍ବାଚନ ହେବ । ଏଥର ଜଣେ ପ୍ରାର୍ଥୀ ସର୍ବାଧିକ ୫ ଜଣଙ୍କୁ ସାଙ୍ଗରେ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ। କୌଣସି ପ୍ରକାରର ସମ୍ମିଳନୀକୁ ଅନୁମତି ମିଳିବ ନାହିଁ । ଭର୍ଚୁଆଲରେ ପ୍ରଚାର କରିପାରିବେ ପ୍ରାର୍ଥୀ।

ଭୋଟ ଗଣତି ଫେବ୍ରୁଆରି୨୫, ୨୬ ଓ ୨୮ ତାରିଖରେ ହେବ। ଆଗାମୀ  ପଞ୍ଚାୟତ ନିର୍ବାଚନ  ଲାଗି ଆଜିଠାରୁ ଆଚରଣ ବିଧି ଲାଗୁ ହେଲା। ଏହା ଫେବ୍ରୁଆରି୨୮ ତାରିଖ ଯାଏ ବଳବତ୍ତର ରହିବ ।

ମିଥ୍ୟା ସତ୍ୟପାଠ ଦେଲେ ପ୍ରାର୍ଥୀଙ୍କୁ ଦଣ୍ଡିତ କରିବାକୁ ପ୍ରାବଧାନ ରହିଛି । ଡବଲ ଡୋଜ୍ ଟିକା ବା RTPCR ଟେଷ୍ଟ କରିଥିବା ବ୍ୟକ୍ତି ଗଣତି କେନ୍ଦ୍ରକୁ ଅନୁମତି ରହିଛି ।

ଭୋଟ୍ ଗ୍ରହଣ ସରିଲେ ବ୍ଲକ ସ୍ତରରେ ହେବ ଭୋଟ୍ ଗଣତି । ପ୍ରଚାର ପାଇଁ ପଥପ୍ରାନ୍ତ ପଦଯାତ୍ରା, ବାଇକ୍ ରାଲି ପାଇଁ ଅନୁମତି ନାହିଁ। ସାଧାରଣ ସଭାରୁ ନେଇ କୌଣସି ପ୍ରକାରର ସମାବେଶକୁ ଅନୁମତି ଦିଆଯାଇନି।

ଏଥର ୮୫୩ ଜିଲ୍ଲା ପରିଷଦ ଜୋନ୍, ୬ ହଜାର ୭୯୪ ପଞ୍ଚାୟତ ପାଇଁ ନିର୍ବାଚନ ହେବ। ମୋଟ ୯୧ ହଜାର ୯୧୩ ଓ୍ୱାର୍ଡ ମେମ୍ବର ପାଇଁ ମଧ୍ୟ ଭୋଟ ହେବ। ଭୋଟର ସଂଖ୍ୟା ହେଲା ୨ କୋଟି ୭୯ ଲକ୍ଷ।

ଏଥର ସରପଞ୍ଚ ପ୍ରାର୍ଥୀ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ।  ସେହିପରି ଜିଲ୍ଲା ପରିଷଦ ପ୍ରାର୍ଥୀ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ସବୁ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଗଣତି ହେବ। ଆଗରୁ ଗୋଟିଏ ପର୍ଯ୍ୟାୟ ଭୋଟ ପରେ ହିଁ ସେଠାରେ ଗଣତି ହେଉଥିଲା।

୨୦୧୭ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ୮୫୩ଟି ଜିଲ୍ଲା ପରିଷଦ ଜୋନ ପାଇଁ ନିର୍ବାଚନ ହୋଇଥିଲା।  ଏଥିରେ ବିଜେଡି ୪୬୭, ବିଜେପି ୨୯୭, କଂଗ୍ରେସ ୬୦, ସିପିଆଇ ୨ ଓ ସିପିଆଇଏମ୍ ଗୋଟିଏ ଜିଲ୍ଲା ପରିଷଦ ଜୋନରେ ବିଜୟୀ ହୋଇଥିଲେ।

RELATED ARTICLES

Most Popular