24.4 C
Ganjām
Tuesday, January 25, 2022
Homeରାଜନୀତିପଞ୍ଚାୟତ ନିର୍ବାଚନ ଲାଗି ଖୁବଶୀଘ୍ର ଗାଇଡଲାଇନ ପ୍ରସ୍ତୁତ କରିବ ରାଜ୍ୟ ନିର୍ବାଚନ କମିସନ

ପଞ୍ଚାୟତ ନିର୍ବାଚନ ଲାଗି ଖୁବଶୀଘ୍ର ଗାଇଡଲାଇନ ପ୍ରସ୍ତୁତ କରିବ ରାଜ୍ୟ ନିର୍ବାଚନ କମିସନ

ଭୁବନେଶ୍ୱର : କୋଭିଡ ସମୟରେ ପଞ୍ଚାୟତ ନିର୍ବାଚନ ଚିନ୍ତା । ସୋମବାର ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବ ଦଳୀୟ ବୈଠକ ଶେଷ ହୋଇଛି । ଏହି ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ସହିତ ବିଭିନ୍ନ ଦଳର ପ୍ରତିନିଧିମାନେ ଯୋଗଦେଇଥିଲେ । ବୈଠକ ସରିବା ପରେ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ପଞ୍ଚାୟତ ନିର୍ବାଚନ ଲାଗି ଗାଇଡ ଲାଇନ ପ୍ରସ୍ତୁତ ଚାଲିଛି ।

କୋଭିଡ ସମୟରେ କିଭଳି ନିର୍ବାଚନ ହେବ ସେନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି । ଏହି ବୈଠକରେ ବିଜେଡି , କଂଗ୍ରେସ ଓ ବିଜେପି ସେମାନଙ୍କର ଦାବି ଉପସ୍ଥାପନା କରିଛନ୍ତି । ସମସ୍ତ ଦଳ କହିଛନ୍ତି ପଞ୍ଚାୟତ ନିର୍ବାଚନ କୋଭିଡ ଗାଇଡଲାଇନରେ ହେଲେ ଆମେ ସହଯୋଗ କରିବୁ ।

ଅନ୍ୟପଟେ ନିର୍ବାଚନକୁ ୩ ମାସ ଘୁଞ୍ଚାଇବା ପାଇଁ କଂଗ୍ରେସ ପ୍ରସ୍ତାବ ଦେଇଛି । ବିଜେପି ପକ୍ଷରୁ ମଧ୍ୟ ଅନେକ ପ୍ରସ୍ତାବ ରଖାଯାଇଥିଲା । ଏହି ବୈଠକରେ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହିତ ବିଜେଡି ସାଂସଦ ଅମର ପଟ୍ଟନାୟକ,କଂଗ୍ରେସରୁ ଗଣେଶ୍ୱର ବେହେରା, ଶିବାନନ୍ଦ ରାୟ ଓ ବିଜେପି ବିଧାୟକ ମୋହନ ମାଝୀ ପ୍ରମୁଖ ଯୋଗଦେଇଥିଲେ ।

RELATED ARTICLES

Most Popular