28.6 C
Ganjām
Sunday, May 22, 2022
Homeଓଡିଶାଦିନିକିଆ ନୂଆପଡ଼ା ଗସ୍ତରେ ପୋଲିସ ଡ଼ିଜିପି ସୁନୀଲ ବଂଶଲ

ଦିନିକିଆ ନୂଆପଡ଼ା ଗସ୍ତରେ ପୋଲିସ ଡ଼ିଜିପି ସୁନୀଲ ବଂଶଲ

ନୂଆପଡ଼ା: ଦିନିକିଆ ନୂଆପଡ଼ା ଗସ୍ତରେ ପୋଲିସ ଡ଼ିଜିପି ସୁନୀଲ ବଂଶଲ । ଦିନ ୧୦ଟାରେ ନୂଆପଡ଼ାରେ ପହଞ୍ଚି ପ୍ରଥମେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପୋଲିସର ଭୂମିକା ସ୍ୱତନ୍ତ୍ର ରହିବ ବୋଲି ଡ଼ିଜିପି କହିଛନ୍ତି । ଏହାସହ ଆବଶ୍ୟକ ହେଲେ ପର୍ଯ୍ୟାପ୍ତ ପରିମାଣରେ ପୋଲିସ ମୁତୟନ କରି ଆଇନ ଶୃଙ୍ଖଳା ବଜାୟ ରଖାଯିବ ବୋଲି ସେ କହିଛନ୍ତି ।

ନୂଆପଡ଼ା ସୁନାବେଡ଼ାଠାରେ ଗତ କିଛି ଦିନ ତଳେ ଯବାନ ଓ ମାଓବାଦୀଙ୍କ ଗୁଳି ବିନିମୟ ହୋଇଥିଲା । ଏହି ଘଟଣାରେ ସ୍ଥାନୀୟ ଯବାନଙ୍କୁ ପ୍ରଶଂସା କରିବା ସହ ମାଓବାଦୀଙ୍କ କ୍ଷୟକ୍ଷତି ଉପରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ନୂଆପଡ଼ାରେ ମାଓବାଦୀ ଗତିବିଧି ଉପରେ ପୋଲିସ ନଜର ରଖିବା ସହ କୁମ୍ବିଂକୁ ଜୋରଦାର କରାଯିବ । ଜିଲ୍ଲାରେ ଶାନ୍ତି ଫେରାଇ ଆଣିବା ଉପରେ ପୋଲିସ କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ।

RELATED ARTICLES

Most Popular

Recent Comments