28.6 C
Ganjām
Sunday, May 22, 2022
Homeଅପରାଧଭିଜିଲାନ୍ସ ଜାଲରେ ଜୁନିଅର ଇଞ୍ଜିନିୟର, ଏକକାଳୀନ ୪ଟି ସ୍ଥାନରେ ରେଡ୍

ଭିଜିଲାନ୍ସ ଜାଲରେ ଜୁନିଅର ଇଞ୍ଜିନିୟର, ଏକକାଳୀନ ୪ଟି ସ୍ଥାନରେ ରେଡ୍

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ଡିଭିଜନର ଜୁନିଅର ଇଞ୍ଜିନିୟର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଗ୍ରାମ୍ୟ ଉନ୍ନୟନ ଡିଭିଜନ୍-୨ର ଜୁନିଅର ଇଞ୍ଜିନିୟରଙ୍କ ଘରେ ରେଡ୍ ହୋଇଛି । ତାଙ୍କ ନାଁ ବଂଶୀଧର ସେଠୀ । ସେ ଏବେ ଦିଗପହଣ୍ଡି ଆରଡବ୍ଲ୍ୟୁ ସେକ୍ସନ-୧ରେ ଜେଇ ଭାବରେ କାର୍ଯ୍ୟରତ ଅଛନ୍ତି । ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ଚଳାଇଛି ଭିଜିଲାନ୍ସ ଟିମ୍ ।

ବ୍ରହ୍ମପୁର ଶକ୍ତିନଗର ଦ୍ୱିତୀୟ ଲେନରେ ତିନି ମହଲା କୋଠା, ଲୋଛାପଡ଼ାରେ ସମ୍ପର୍କୀୟଙ୍କ ଘର, ପୋଲସରା ଅନ୍ତର୍ଗତ ଚିକିରିପଡ଼ାରେ ପୈତୃକ ଘର ଓ ଦିଗପହଣ୍ଡି ସ୍ଥିତ କାର୍ୟ୍ୟାଳୟରେ ରେଡ୍ ଚାଲିଛି । ଏହି ଚଢ଼ାଉରେ ସାମିଲ ଅଛନ୍ତି ଦୁଇ ଜଣ ଡିଏସପି, ୬ ଜଣ ଇନିସପେକ୍ଟରଙ୍କ ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀ । ବର୍ତ୍ତମାନ ସୁଦ୍ଧା ବଂଶୀଧର ସେଠୀଙ୍କ ପାଖରୁ କେତେ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି ସ୍ପଷ୍ଟ ହୋଇି ।

RELATED ARTICLES

Most Popular

Recent Comments