22.1 C
Ganjām
Tuesday, January 25, 2022
Homeଅପରାଧବୋହୂର ଗୃହପ୍ରବେଶ ପରେ ଘର ଛାଡିଲେ ତପସ୍ୱିନୀ ଶ୍ୱଶୁର

ବୋହୂର ଗୃହପ୍ରବେଶ ପରେ ଘର ଛାଡିଲେ ତପସ୍ୱିନୀ ଶ୍ୱଶୁର

ବ୍ରହ୍ମପୁର:ବ୍ରହ୍ମପୁରର ବହୁ ଚର୍ଚ୍ଚିତ ତପସ୍ୱିନୀ ଏବଂ ଡ଼ା. ସୁମିତଙ୍କ ବିବାଦ ମାମଲାରେ ଆସିଲା ନୂଆ ମୋଡ଼ । ଗତକାଲି ରାତିରେ ବୋହୁ ତପସ୍ୱିନୀ ନିଜ ସ୍ୱାମୀ ଡ଼ା. ସୁମିତଙ୍କ ଘରେ ଅର୍ଥାତ ଶ୍ୱଶୁର ପ୍ରମୋଦ ସାହୁଙ୍କ ଘରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନଡ଼ିଆ ଭାଙ୍ଗି ପ୍ରବେଶ କରିବା ପରେ ଶ୍ୱଶୁର ନିଜକୁ ସୁରକ୍ଷିତ ନ ମନେ କରି ନିଜ ଘର ଛାଡ଼ି କେଉଁଆଡ଼େ ଚାଲି ଯାଇଥିବା ବର୍ତ୍ତମାନ ଏକ ପ୍ରକାର ଚର୍ଚ୍ଚାର ବିଷୟ ପାଲଟିଛି ।

ଗତ ୪ ତାରିଖରେ ତପସ୍ୱିନୀଙ୍କୁ ମାନ୍ୟବର କୋର୍ଟ ତପସ୍ୱିନୀଙ୍କ ସପକ୍ଷରେ ରାୟ ଶୁଣାଣି କରି ନିଜ ସ୍ୱାମୀଙ୍କ ଘରେ ଅର୍ଥାତ ବ୍ରହ୍ମା ନଗରରେ ଥିବା ଶ୍ବଶୁର ପ୍ରମୋଦ ସାହୁଙ୍କ ଘରେ ନିରାପତ୍ତା ଓ ନିର୍ଭୟରେ ରହିବା ପାଈଁ ଲିଖିତ ଭାବେ ଶୁଣାଣି କରିଥିଲେ । ପରେ ତପସ୍ୱିନୀ ଉପରେ ଘରେ ନ ରହିବା ପାଇଁ ଜିଦ୍ କରିଥିବା ବେଳେ ଶ୍ୱଶୁର ତଳଘରେ ତପସ୍ୱିନୀଙ୍କୁ ରଖିବା ପାଇଁ ମନା କରିଦେଇଥିଲେ ।

କୋର୍ଟର ନିର୍ଦ୍ଦେଶକୁ ସମ୍ମାନ ଦେଇ ସେ ତପସ୍ବିନୀଙ୍କ ପାଇଁ ବେଡର ବନ୍ଦୋବସ୍ତ କରିଥିଲେ । ତେବେ ହଠାତ୍ କଣ ହେଲା କେଜାଣି କୋର୍ଟଙ୍କ ରାୟ ଅନୁଯାଇ କୌଣସି ଲିଖିତ ଭାବେ ଦର୍ଶାଇ ନଥିବା ଅଭିଯୋଗ ଆଣି ବୋହୁଙ୍କ ଗୃହ ପ୍ରବେଶରେ ପ୍ରତିବନ୍ଧକ ସାଜିଥିଲେ ଶ୍ବଶୁର । ପରେ ବହୁ ବାଦବିବାଦ ପରେ ଗତକାଲି ରାତିରେ ବୋହୁ ତପସ୍ୱିନୀ ଉଭୟପକ୍ଷଙ୍କ ଓକିଲ ଓ ପୁଲିସ, ପ୍ରୋକ୍ଟେସନ ,ତହସିଲଦାରଙ୍କ ଉପସ୍ଥିତିରେ ଗୃହ ପ୍ରବେଶ କରିଥିଲେ ।

ଗତକାଲି ତପସ୍ବିନୀ ଗୃହ ପ୍ରବେଶ କରିବାପରେ ଶ୍ବଶୁର ରାତିରୁ ଘର ଛାଡ଼ିଛନ୍ତି । ସେ କହିଛନ୍ତି ସମସ୍ତେ ମିଶି ତପସ୍ବିନୀକୁ ମୋ ଘରେ ପୁରେଇ ଦେଲେ ,ହେଲେ ଏ ନେଇ ଆମେ ହାଇକୋର୍ଟର ଦ୍ୱାରସ୍ଥ ହେବୁ। କାରଣ ବିଗତ ଦିନରେ ତପସ୍ବିନୀ ମୋ ପରିବାର ଆଉ ମୋ ପୁଅ ଉପରେ ନିର୍ଯାତନା ଅଭିଯୋଗ କରିଥିଲେ। ଆଉ ଏଇ ନେଇ କୋର୍ଟରେ କେସ ପେଣ୍ଡିଂ ଅଛି । ଆଉ ମୋର୍ ଭୟ ହୁଏତ ସେ ପୁଣି ଥରେ ମୋ ଉପରେ କିଛି ମିଛ କେସ୍ କରି ଆମ ପରିବାରକୁ ନଷ୍ଟ କରି ନଦେଉ ।

ଆମେ ସମ୍ପୂର୍ଣ ଭାଙ୍ଗି ପଡ଼ିଛୁ । ମୋ ପୁଅ ଆଉ ମୁଁ ସମସ୍ତେ କଷ୍ଟ ପାଉଛୁ, ଏତେ ସବୁ ପରେ କେହି ବି ଖୁସି ରହିପାରିବ ନାହିଁ। ନିଜ ଜୀବନକୁ ବିପତ ଦର୍ଶାଇ ଶ୍ୱଶୁର ଘର ଛାଡ଼ି ଏକ ନିରାପତ୍ତା ସ୍ଥାନ ଖୋଜୁଥିବାବେଳେ ପୁଣି କୋର୍ଟର ଦ୍ୱାରସ୍ଥ ହେବାସହ ପରବର୍ତ୍ତୀ ଶୁଣାଣି ନ ଆସିବା ଯାଏ ସେ ବାହାରେ ହିଁ ରହିବେ ବୋଲି କହିଛନ୍ତି ।

ଅନ୍ୟପଟେ ଘରେ ସମସ୍ତେ ଅସୁସ୍ଥ ଥିବାବେଳେ ପୁଅ ସୁମିତ ଅସୁସ୍ଥ ଥିବାବେଳେ ସେ କୌଣସି ଏକ ସ୍ଥାନରେ ରହି ଚିକିତ୍ସିତ ହେଉଥିବା କହିଛନ୍ତି ବାପା ପ୍ରମୋଦ ସାହୁ । ତେବେ ମୁ ସେତେଦିନ ଯାଏଁ ଘରକୁ ଯିବନି ଯେ ପର୍ଯନ ସେ ଝିଅ ସେ ଘରେ ରହିବ । ଏ ଥିଲା ପ୍ରମୋଦଙ୍କ ଭିଡିଓ ବାର୍ତ୍ତା । ସବୁ ଠୁଁ ବଡ଼ କଥା ହେଲା କି ଗତକାଲି ବୋହୂ ତପସ୍ୱୀନୀ ଯେତେବେଳେ ଶ୍ବଶୁର ର ଗୋଡ଼ ଛୁଇଁ ଆଶ୍ରିବାଦ ମାଗିଥିଲେ ସେତେବେଳେ ଶ୍ବଶୁର କହିଥିଲେ କି ମୋତେ ଛୁଇଁବା ଦରକାର ନାହିଁ ଲୋ ମା ।

କିନ୍ତୁ ଶ୍ବଶୁର ଘର ଛାଡି ଗଲା ବେଳେ ଯେଉଁ ଭିଡ଼ିଓ ଜାରି କରିଛନ୍ତି ସେଥିରେ ମୋ ବୋହୂ ତପସ୍ୱୀନୀ ଦାସ କୁହୁଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ତପସ୍ୱୀନୀକୁ ବୋହୂ ବୋହୂ କହୁଛନ୍ତି ଅନ୍ୟ ପଟେ ବୋହୂ ନେଇ ଭୟ କରୁଛନ୍ତି ଶ୍ବଶୁର ପ୍ରମୋଦ ସାହୁ । ଯଦି ତପସ୍ୱୀନୀକୁ ବୋହୂ ଭାବେ ଗ୍ରହଣ କରୁଛ ତେବେ କଣ ପାଇଁ ଘର ଛାଡ଼ିଯିବାର ଡ୍ରାମା ଚାଲିଛି ତାହା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଦେଖା ଯାଉ କେଉଁ ପାଣି କୁଆଡେ ଯାଉଛି ।

RELATED ARTICLES

Most Popular