22.1 C
Ganjām
Tuesday, January 25, 2022
Homeଅପରାଧଗଞ୍ଜେଇ ଚାଲାଣ ବେଳେ ଛୋଟା ଡ଼ନ୍ କୁ ଧରିଲା ପୁଲିସ

ଗଞ୍ଜେଇ ଚାଲାଣ ବେଳେ ଛୋଟା ଡ଼ନ୍ କୁ ଧରିଲା ପୁଲିସ

ବ୍ରହ୍ମପୁର: ପୁଲିସକୁ ବାରମ୍ବାର ନାକେଦମ୍ କରୁଥିବା ଛୋଟା ଡ଼ନ୍ ରାନୀପଣ୍ଡାକୁ ଆଜି ଗଞ୍ଜେଇ ଚୋରା ଚାଲାଣ ବେଳେ କାବୁ କରିଛି ବଡ଼ ବଜାର ପୁଲିସ । ତାଙ୍କ ଠାରୁ ୨୬ କିଲୋଗ୍ରାମ୍ ଗଞ୍ଜେଇ ଜବତ କରି ଗିରଫ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇଛନ୍ତି ।

ସୂଚନାମୁତାବକ ଆଜି ଉତ୍ତରମୁଖୀ ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୁଲିସ ଖବର ପାଇ ଉକ୍ତ ସ୍ଥାନରେ ପୁଲିସ ଚଡାଉ କରି କରିଥିଲା । ଲକ୍ଷ୍ମୀନୃସିଂହ ସାହି ଷଷ୍ଠ ଲାଇନର ରାନୀ ପଣ୍ଡା ନାମକ ଜଣେ ଦୁର୍ଦ୍ଧାନ୍ତ ଅପରାଧୀ ଗଞ୍ଜେଇ ଧରି ବାହାର ରାଜ୍ୟକୁ ଯାଉଥିବା ବେଳେ ବଡ଼ ବଜାର ଥାନା ଅନ୍ତର୍ଗତ ଉତ୍ତରମୁଖୀ ନିକଟରେ ପୁଲିସ ହାତରେ ଧରା ପଡିଥିଲା । ତାଙ୍କ ଠାରୁ ଓଆର୍ କେ ୮୪୪୪ ମୋଟର ସାଇକେଲ ସହ ୨୬କିଲୋ ଗଞ୍ଜେଇ ଜବତ କରିଛି ପୁଲିସ। ଏହାର ଆନୁମାନିକ ମୂଲ୍ୟ ୧ଲକ୍ଷ ରୁ ଉର୍ଦ୍ଧ୍ବ ହେବ ।

ଗଞ୍ଜେଇ ଚାଲାଣ କରୁଥିବା ରାନୀ ପଣ୍ଡାକୁ ଗିରଫ କରିବା ସହ ଗଞ୍ଜେଇ ଜବତ କରାଯାଇ ବଡ଼ ବଜାର ଥାନାରେ ୦୪/୨୦୨୨ ଏକ ମାମଲା ରୁଜୁ କରାଯାଇଛି। ରାନୀ ପଣ୍ଡାଙ୍କ ନାମରେ ପୂର୍ବରୁ ବଡ ବଜାର ଥାନାରେ ୬ ମାମଲା ଓ ଗୋଳନ୍ଥରା ଥାନାରେ ୨ମାମଲା ରହିଥିବା ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ କି ଗତ ଡିସେମ୍ବର ୨୫ ତାରିଖରେ ରାନୀ ଏବଂ ତାଙ୍କ ସହଯୋଗୀ ବଡ଼ବଜାର ଥାନା ଅଧୀନ କୈଳାଶ ନଗର ଅଞ୍ଚଳର ବ୍ୟବସାୟୀ ଗୋପାଳକୃଷ୍ଣ ପଣ୍ଡାଙ୍କୁ ଧମକ ଦେଇ ଟଙ୍କା ନ ଦେବାରୁ ଘରେ ପଶି ହାଣିଥିଲେ ।

ଏ ନେଇ ପୁଲିସ ନିକଟରେ ଅଭିଯୋଗ କରିବା ପରେ ସେବେଠାରୁ ପୁଲିସ ଏକ ଟିମ୍ ଗଠନ କରି ରାନୀକୁ ଖୋଜୁଥିଲା । ରାନୀକୁ ବୟସ ମାତ୍ର ୨୨ ବର୍ଷ ହୋଇଥିବା ବେଳେ ସେ ଅପରାଧ ଜଗତରେ ପ୍ରାୟ ୩ ବର୍ଷ ହେଲା ପାଦ ଦେଲାଣି। ଇତି ମଧ୍ୟରେ ସେ ଦୁଇ ଦୁଇ ଥର ଜେଲ ଯାଇ ଫେରିଛି। ରାନୀର ପରିବାର ଲୋକ ବ୍ରହ୍ମପୁରରେ ରହୁଥିବା ବେଳେ ସେ ମୁମ୍ବାଇରେ ରହୁଥିଲା ।

ଏଠାକୁ ଆସି ସେ ଅପରାଧ ଜଗତରେ ପାଦ ଥାପି ନିଜକୁ ଛୋଟା ଡନ୍ ବୋଲି କହୁଥିଲା । ଅପରାଧ ଆରମ୍ଭ ପରଠାରୁ ସେ କେବଳ ବ୍ୟବସାୟୀଙ୍କୁ ହିଁ ଟାର୍ଗେଟ୍ କରୁଛି । ରାନୀର କେହି ନିର୍ଦ୍ଦିଷ୍ଟ ଶତ୍ରୁ କିମ୍ବା ତାର କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀ ନ ଥିବା ବେଳେ ବଡବଜାର ଅଞ୍ଚଳର କିଛି ଧନୀ ବ୍ୟବସାୟୀଙ୍କୁ ଟାର୍ଗେଟ କରି ବଟି ମାଗିବା ସହ ତାଙ୍କ ଉପରେ ଆକ୍ରମଣ କରି ଅନ୍ୟମାନଙ୍କୁ ଭୟଭୀତ କରୁଛି। ଆସନ୍ତା କାଲି ତାଙ୍କୁ କୋର୍ଟ ଚାଲାଣ କରାଯିବା ବୋଲି ସୂଚନା ମିଳିଛି ।

RELATED ARTICLES

Most Popular